ଯାଜପୁର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ପଞ୍ଚାୟତ ବେତଣ୍ଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗ୍ରାମର ସୁକାନ୍ତ ମଲିକ ।
ସୂଚନା ଅନୁଯାୟୀ, ଗାଁର ସୁକାନ୍ତ ମଲିକ ଓ କାଳନ୍ଦୀ ମଲିକ ଏହି ଦୁଇ ପରିବାର ମଧ୍ୟରେ ଜାଗା ବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା । ବିଳମ୍ବିତ ରାତିରେ କାଳନ୍ଦୀ ମଲିକଙ୍କ ପରିବାର ସଂଘବଦ୍ଧ ଭାବେ ସୁକାନ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ସୁକାନ୍ତ ଲହୁ ଲୁହାଣ ହୋଇଥିଲେ । ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ସୁକାନ୍ତଙ୍କ ମୃତ୍ୟୁ ହୋଇଛି । ଦୋଷୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ କଲେ ମୃତକଙ୍କ ପରିବାରଲୋକେ । କାଳନ୍ଦୀଙ୍କ ପରିବାରର କିଛି ସଦସ୍ୟଙ୍କୁ ପୋଲିସ ଉଠାଇ ନେଇ ତଦନ୍ତ କରୁଛି ।

