ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର କରିଛି । ସେମାନେ ଆମେରିକାର ମାଣ୍ଟାନା ରାଜ୍ୟର ବୋଲି ଜଣାପଡିଛି ।
ଖବର ମୁତାବକ, ଏୟାରପୋର୍ଟରେ ପ୍ରତିଦିନ ଭଳି ସିକ୍ୟୁରିଟି ଯାଞ୍ଚ ବେଳେ ଆମେରିକୀୟ ନାଗରିକଙ୍କ ଜିନିଷ ସ୍କାନ କରାଯାଇଥିଲା । ସେମାନଙ୍କ ବ୍ୟାଗରେ ଗାର୍ମିନ କମ୍ପାନୀର ଏକ ସାଟେଲାଇଟ ଫୋନ ମିଳିଥିଲା । ଏହି କମ୍ପାନୀର ଫୋନ ଜିପିଏସ ଏବଂ ସାଟେଲାଇଟ ଡିଭାଇସ ନିର୍ମାଣ କରେ । ତେଣୁ ସେମାନଙ୍କୁ ତୁରନ୍ତ ଅଟକା ଯାଇଥିଲା ଏବଂ ସୁରକ୍ଷାକର୍ମୀ ଯାଞ୍ଚ କରିଥିଲେ ।
ତେବେ ଏମାନେ ଆମେରିକାରୁ ଶ୍ରୀନଗର କାହିଁକି ଆସିଥିଲେ ଏବଂ ଏମାନଙ୍କ ପାଖରେ ସାଟେଲାଇଟ ଫୋନ କ’ଣ କରୁଛି, ତାହା ଯାଞ୍ଚ ଚାଲିଛି ।

