Tamilnadu 1

ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ବିସ୍ଫୋରଣ ଯୋଗୁଁ ଲୋକମାନେ ଏତେତେଣେ ଦୌଡିଥିଲେ । ବିସ୍ଫୋରଣ ଯୋଗୁଁ ଭୟଙ୍କର ନିଆଁ ଦେଖାଦେଇଛି । ଏହାପୂର୍ବରୁ ଫେବୃଆରୀରେ ଆନ୍ଧ୍ରପ୍ରଦେଶରେ ଏଭଳି ଅଘଟଣ ଘଟିଥିଲା । ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ଅତିକମରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିଲା ।

Share