Death 1024x536

ପାଲଘର : ମହାରାଷ୍ଟ୍ର ପାଲଘରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ଦୁଇଦିନ ତଳେ ତାମିଲନାଡୁ ବିରୁଧନଗରରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । କାରଖାନାରେ ଶ୍ରମିକମାନେ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଫ୍ୟାନ୍ସି ବାଣ ଚେନ୍ ପ୍ରସ୍ତୁତିରେ ଲାଗିପଡିଥିଲେ ଶ୍ରମିକ । କେହି କିଛି ବୁଝିବା ପୂର୍ବରୁ ହଠାତ ବିସ୍ଫୋରଣ ହୋଇଥିଲା । ଫ୍ୟାକ୍ଟ୍ରି ପରିସରରେ ଚାରିଆଡକୁ ବ୍ୟାପିଯାଇଥିଲା ନିଆଁ ଓ କଳା ଧୂଆଁ । ବିସ୍ଫୋରଣ ସମୟରେ ପ୍ରାୟ ୩୦ ଜଣ ଶ୍ରମିକ ରହିଥିଲେ ।

ଏହାପୂର୍ବରୁ ଆନ୍ଧ୍ରପ୍ରଦେଶରେ କଟ୍ଟନାର ପଟ୍ଟୀ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଘଟଣାରେ ୨୧ ଜଣଙ୍କ ଜୀବନ ଯାଇଥିଲା । ଘଟଣାଟି ଫେବୃଆରୀରେ ଘଟିଥିଲା । ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଥିଲେ । ମୃତକଙ୍କ ପରିଜନଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା ।

Share