Kolakata

କୋଲକତା : ପଶ୍ଚିମବଙ୍ଗ ସଲ୍ଟ ଲେକ ସ୍ଥିତ ଆନନ୍ଦଲୋକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ହସପିଟାଲର ଦ୍ବିତୀୟ ମହଲାରେ ଭୟଙ୍କର ନିଆଁ ଲାଗିଛି । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ କାଚ ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ । ଘଟଣା ପାଇ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ହସପିଟାଲରେ ଥିବା ରୋଗୀଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ ।

ଖବର ମୁତାବକ, ଆଜି ସକାଳ ୧୦ଟା ସମୟରେ କୋଲକତା ସଲ୍ଟ ଲେକ୍ ସ୍ଥିତ ଆନନ୍ଦଲୋକ ହସପିଟାଲର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଧୀରେ ଧୀରେ ଚାରିଆଡେ ବ୍ୟାପୀ ଯାଇଥିଲା । ନିଆଁ ଲାଗିବା ପରେ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ । ହସପିଟାଲ ସଂପୂର୍ଣ୍ଣ କାଚ ହୋଇଥିବାରୁ ଧୂଆଁରେ କିଛି ଦେଖାଯାଇନଥିଲା । ତେଣୁ କିଛି ଲୋକ କାଚ ଭାଙ୍ଗି ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ ।

ତେବେ ଘଟଣାରେ କିଛି ଜନହାନୀ ହୋଇନାହିଁ । ନିଆଁ ଲାଗିବା ଖବର ପରେ ଅଗ୍ନିଶମ ଟିମର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହାସହିତ ରୋଗୀଙ୍କୁ ଷ୍ଟ୍ରେଚର ଏବଂ ହ୍ବିଲ ଚେୟାର ମାଧ୍ୟମରେ ଅନ୍ୟ ସ୍ଥାନକୁ ସିଫ୍ଟ କରାଯାଇଛି । ପ୍ରାୟ ୮୦ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଉ ଅଗ୍ନିଶମ ଟିମ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି ।

ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ହସପିଟାଲରେ ଥିବା ରୋଗୀଙ୍କ ସଂପର୍କୀୟ ଦମକଳ ବିଭାଗ ଟିମର ଉପରେ ଅଭିଯୋଗ କରିଛନ୍ତି । ଦମକଳ ଳଗାଡ଼ି ଘଟଣା ସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ସେମାନେ କହିଛନ୍ତି ।

Share