ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର ନାୟକ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ। ଶ୍ବେତ କୁମାର ଦାସ ହେଲେ MKCG ମେଡିକାଲ କଲେଜର ରେଜିଷ୍ଟ୍ରାର। ପ୍ରମୋଦ କୁମାର ପୃଷ୍ଟି ହେଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ। ସଚ୍ଚିଦାନନ୍ଦ ନାୟକ ହେଲେ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ।ତପନ କୁମାର ଖୁଣ୍ଟିଆ ହେଲେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ । ସବ୍ୟସାଚୀ ପଣ୍ଡା ହେଲେ ବାମନଘାଟି-ରାଇରଙ୍ଗପୁର ଉପଜିଲ୍ଲାପାଳ। ବିଜୟ କୁମାର ନାୟକ ହେଲେ ଭିତ୍ତିଭୂମି ଉନ୍ନୟନ ନିଗମର ଭୂମି ଅଧିକାରୀ ।

