Img 20260423 18360558 1024x576

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଜଣେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି କ୍ୟାସିୟର।
ଘଟଣା ଅନୁଯାୟୀ ଜଣେ ଛାତ୍ରୀ ତାଙ୍କର ବୃତ୍ତି ଟଙ୍କାରୁ ୮ହଜାର ଟଙ୍କା ଉଠାଇବା ପାଇଁ ଫର୍ମ ପୁରଣ କରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସଙ୍କୁ ଦେଇଥିଲେ। କିନ୍ତୁ ୧୦ହଜାର ଟଙ୍କା ତଳକୁ ଉଠାଇ ହେଵ ନାହିଁ ବୋଲି କହି ଆକାଉଣ୍ଟ ଖାତା ଅପଡେଟ କରିବା ପାଇଁ କ୍ୟାସିୟର କହିଥିଲେ। ଛାତ୍ରୀଙ୍କ ସହ ଆସିଥିବା ଭାଇ ଶୁଭଙ୍କର ନାୟକ ଖାତା ଅପଡେଟ ଥିବା ଜାଣି ପୁର୍ନବାର କ୍ୟାସିୟରଙ୍କୁ ଜଣାଇଥିଲେ। କ୍ୟାସିୟର ଉତକ୍ଷିପ୍ତ ହୋଇ, ବାରମ୍ବାର କାହିଁକି ଆସୁଛ ବୋଲି କହିବା ସହ ଏକ ଲୁହାରଡରେ ବାଡେଇଥିଲେ। ଉକ୍ତ ଲୁହାରଡକୁ ବ୍ୟାଙ୍କ ସିକ୍ୟୁରିଟ ଜବତ କରିବା ପରେ ଜୋତା ପକାଇଥିଲେ କ୍ୟାସିୟର। ଫଳରେ ଅନେକ ଗ୍ରାହକ ବ୍ୟାଙ୍କ ଛାଡ଼ି ପଳାଇଥିଲେ। କ୍ୟାସିୟର ଜଣଙ୍କ ତାଣ୍ଡବ ଦେଖି ମଧ୍ୟ ପରିଚାଳକ ଓ ଅନ୍ୟ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲେ।

ପରେ ଆକ୍ରମଣର ଶିକାର ହୋଇଥିବା ଶୁଭଙ୍କର ଓ ତାଙ୍କ ଭଉଣୀ ନିକଟସ୍ଥ ଆରଡି ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗର ୩୬ଘଣ୍ଟା ପରେ ମଧ୍ୟ ପୁଲିସ ଚୁପ୍ ବସିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିକି ଅଭିଯୋଗକାରୀ ଓ ତାଙ୍କ ବାପାଙ୍କୁ କିଛି ବିଭିନ୍ନ ପ୍ରକାର ଧମକ ଦିଆଯାଉଥିବା ଶୁଭଙ୍କର ଅଭିଯୋଗ କରିଛନ୍ତି। କ୍ୟାସିୟରଙ୍କ ବିରୁଦ୍ଧରେ କୈଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ପରିବାର ସହ ଧାରଣାରେ ବସିବେ ବୋଲି ଶୁଭଙ୍କର କହିଛନ୍ତି।

Share