ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ କୋଲନରା ବ୍ଲକରେ କାର୍ଯ୍ଯରତ ଅଛନ୍ତି । ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ତେବେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି । ରେଡ ବେଳେ ସୁନା, ବିଭିନ୍ନ ବ୍ୟାଙ୍କ ପାସବୁକ, ନଗଦ ଟଙ୍କା ଜବତ ହୋଇଛି। ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।
ସେହିପରି ଗତକାଲି ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି ରହିଛି । ମାଳମାଳ ବଲ୍ଡିଂ, ପୁଳାପୁଳା ପ୍ଲଟ । ଜମିଦାର ଇଞ୍ଜିନିୟରଙ୍କର ରହିଛି ମୋଟ ୮୩ ଏକରର ୯୭ ପ୍ଲଟ । ୧୭ ଏକର ଜମିରେ ରହିଛି ୨ ଫାର୍ମହାଉସ, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ । ୫ କୋଠାଘର ଠାବ ହୋଇଥିବା ବେଳେ ସେଥିରେ ରହିଛି ୪ ବହୁତଳ ପ୍ରାସାଦ । ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ରେଡ୍ ବେଳେ ଠାବ ହୋଇଥିଲା ଅଚଳାଚଳ ସଂପତ୍ତି ।

