ଭଦ୍ରକ: ମର୍ଣ୍ଣିଙ୍ଗ ୱାକରେ ଯାଇଥିବା ଛାତ୍ରଙ୍କୁ ହତ୍ୟା । ପାଇଖାନା ଭିତରୁ ବେକ ମୁହଁ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଜିଲ୍ଲା ଚରମ୍ପା ହାଇସ୍କୁଲ ରୋଡ଼ ଅଞ୍ଚଳରେ ଘଟିଛି ଘଟଣା । ମୃତକ ସମ୍ବିତ କୁମାର ବିଶ୍ବାଳ +3 ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ।
ଆଜି ସକାଳ ସାଙ୍ଗମାନଙ୍କ ସହିତ ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ଘର ବାହାରେ ଥିବା ପାଇଖାନାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର। ସମ୍ବିତଙ୍କ ବେକ ଓ ମୁହଁରେ ଗାମୁଛା ବନ୍ଧା ଯିବା ସହ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପାଇଥିଲେ। ଏହାକୁ ନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭଦ୍ରକ ଟାଉନ ପୁଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ବିତକୁ ତାଙ୍କ ସାଙ୍ଗମାନେ କିମ୍ବା ପାରିବାରିକ ଶତ୍ରୁତା ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

