ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଅଞ୍ଚଳ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ହେଲେ ଡି. ହରିକୃଷ୍ଣ । ଦୁର୍ବୃତ୍ତମାନେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜୋରଦାର କରିଛି । ଫେରାର ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।
ସେହିପରି ଆଜି ରାଜନଗରରେ ଗାଁ ଦାଣ୍ଡରେ ଖଣ୍ଡାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ଆହତ ଯୁବକ ହେଲେ ଦିବ୍ୟରଞ୍ଜନ ସାମଲ । ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ସେହି ଗାଁର କିଛି ଲୋକ ଅଟକାଇ ଗାଳି ଗୁଲଜ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଦିବ୍ୟରଞ୍ଜନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ନିଆଯାଇଥିଲା । ସେଠାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା ।

