Soro

ସୋର : ମର୍ମନ୍ତୁଦ ଦୁର୍ଘଟଣା ।  ବାଇକକୁ ଧକ୍କାଦେଲା ଟ୍ରକ , ବାପ ଝିଅ ମୃତ  ।  ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଛି ଭୟଙ୍କର ଦୁର୍ଘଟଣା ।  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗାଁର ମନୋଜ ଦାସ ଓ ତାଙ୍କ ୭ ବର୍ଷ ଝିଅଙ୍କ ସହ ବାଲେଶ୍ୱରରୁ ଫେରିଲା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ ।  ଏଥିରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି ।  ଦୁର୍ଘଟଣା ପରେ ବାଲେଶ୍ୱର ଭୁବନେଶ୍ୱର ରାଜପଥ କିଛି ସମୟ ବନ୍ଦ ରହିଥିଲା  ।  ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ସୋର ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ।  ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛନ୍ତି ।  ଉଭୟ ବାପା ଓ ଝିଅଙ୍କ ମୃତଦେହ ବ୍ୟବଛେଦ ପାଇଁ ମେଡିକାଲକୁ ନିଆଯାଇଛି ।

Share