Baliguda

ବାଲିଗୁଡା  : ଯନ୍ତ୍ରୀଙ୍କୁ ଛାଡିଦେଲା ପୋଲିସ, ତାତିଲେ ଲୋକ ।  କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧିକାରୀ ଓ ବେଲଘର ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ଗ୍ରାମବାସୀ ।  ମୁଡିବନ୍ଧ ବ୍ଲକ ବେଲଘର, ଝିରିପାଣି, ଗୁମା ଓ ବିଲାମାଳ ପଂଚାୟତରେ କାଳବୈଶାଖୀ ବର୍ଷା ପରେ ଗତ ତେର ଦିନ ଧରି ବିଦ୍ୟୁତ ସେବା ରୁ ବଂଚିତ ହୋଇ ରହିଛନ୍ତି ୪ଟି ପଞ୍ଚାୟତବାସୀ ।  ସମସ୍ୟା ନେଇ ତୁମୁଡିବନ୍ଧ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ହୋଇନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।  ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ବିଜୁଳି ନଆସିବାରୁ ଯନ୍ତ୍ରୀଙ୍କୁ ବେଲଘର ଥାନାରେ ପୋଲିସ ଜିମା ଦେଇଥିଲେ ଉତ୍ୟକ୍ତ ଗ୍ରାମବାସୀ  l  କିନ୍ତୁ ପୋଲିସ ତାଙ୍କୁ ଛାଡିଦେବା ପରେ ଉତ୍ତେଜନା ଦେଖାଦେଇଥିଲା ।

Share