ବାଂଶପାଳ : ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର । ପର ଘରେ ମୂଲ ଲାଗି +୩ ଆଡମିସନ୍ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ଅଭାବନୀୟ ଚିତ୍ର । ଗାଁର ମେଧାବୀ ଛାତ୍ର ମାନସ ଦେହୁରୀ ଧରଣୀଧର ବିଶ୍ଵବିଦ୍ୟାଳୟରୁ ଏବର୍ଷ ୮୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ।
ମାନସଙ୍କର ବାପା, ବେଣୁଧର ଦେହୁରୀ ଆରପାରିକୁ ଚାଲିଯିବା ପରେ, ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ବଡ଼ଭାଇ ଟୁକୁନା ଦେହୁରୀ ବାହାରେ ଦାଦନ ଖଟୁଛନ୍ତି । ଆଗକୁ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ମାନସ, ନିଜର +୩ ଆଡ଼ମିସନ୍ ପାଇଁ ଛେଳି ଚରାଇବା ସହିତ ପର ଘରେ ମୂଲ ଲାଗୁଛନ୍ତି । ସରକାର ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ମାନସ ତାଙ୍କ ସ୍ୱପ୍ନ ସାକାର କରି ପାରିବେ ବୋଲି କହିଛନ୍ତି ।
ଘର ପାଖ ଜଙ୍ଗଲ । ସେଠାରେ ଏକ ଭଙ୍ଗାଗଛ ଉପରେ ବସିଛନ୍ତି ଜଣେ ଛାତ୍ର । ଏକାଗ୍ର ଚିତ୍ତରେ ପାଠ ପଢୁଛନ୍ତି । ଘରୁ ବାହରି ଜଙ୍ଗଲରେ ଛେଳି ଚରାଇବା ସହିତ, ସେଠାରେ ବସି ପାଠ ମଧ୍ୟ ପଢୁଛନ୍ତି । ଏଥିସହିତ, ପର ଘରେ ମୂଲ ଲାଗି ନିଜ + ୩ ଆଡ଼ମିସନ୍ ପାଇଁ ସେ ଟଙ୍କା ଯୋଗାଡ଼ କରୁଛନ୍ତି । ଏହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ମାନସ ଦେହୁରୀଙ୍କର ଏହା କରୁଣ କାହାଣୀ । ଧରଣୀଧର ବିଶ୍ଵବିଦ୍ୟାଳୟରୁ ଏବର୍ଷ ୮୫ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ଆଡ଼ମିସନ୍ ପାଇଁ ଆର୍ଥ ସାଜିଛି ବାଧକ ।

