Ctc

କଟକ : କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ହ୍ରାସ ପାଇଲା ତାପମାତ୍ରା । ଗରମ ଗୁଳୁଗୁଳିରୁ ମିଳିଲା ଆସ୍ୱସ୍ତି ।  ଏପଟେ  ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି । ସନ୍ଧ୍ୟା ସମୟରେ ବର୍ଷା ପାଇଁ ପରିବେଶ ଥଣ୍ଡା ହେବା ସହ ସୁଲୁ ସୁଲିଆ ପବନ କଟକ ସହର ବାସୀଙ୍କୁ ଶାନ୍ତି ପ୍ରଦାନ କରିଛି । ଆଜି କଟକ ରେ ଦିନ ର ତାପମାତ୍ରା 38 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବର୍ଷା ହେବା ପରେ କଟକର ତାପମାତ୍ରା 28 ଡିଗ୍ରୀ ରେ ପହଞ୍ଚିଛି । କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବାରୁ ବହୁତ ଗରମ ଓ ଗୁଳିଗୁଳି ରେ ଅତିଷ୍ଠ ହେଉଛନ୍ତି ଲୋକେ ।  ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କ୍ଷୟକ୍ଷତି କରିଛି ବର୍ଷ ପବନ ।  କଟକରେ କାଳବୈଶାଖୀର ବଡ଼ ପ୍ରଭାବ। ଓଏମପି କନ୍ଦରପୁର ଜାତୀୟ ରାଜପଥରେ ପଡି ଗଲା ଏକାଧିକ ଗଛ ।  ଯାତାୟାତ ବାଧାପ୍ରାପ୍ତ । ଗଛ ହାଣି ରାସ୍ତା ସଫା କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ।

Share