କୋଲକତା : ପଶ୍ଚିମବଙ୍ଗ ହାୱଡାରେ ଟିଏମସି ନେତାଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପୋଲିସକୁ ଚକମା ଦେବାକୁ ଟିଏମସି ନେତା ଏକ କପଡା ଦୋକାନର ଷ୍ଟୋରରୁମରେ ଶାଢି ବିଢା ଗଦା ତଳେ ଲୁଚିଥିଲେ । କିନ୍ତୁ ପୋଲିସ ନଜରରୁ ବର୍ତ୍ତିପାରିନଥିଲେ । ପୋଲିସ ଶାଢି ବଣ୍ଡଲ ହଟାଇ ନେତାଙ୍କୁ ଗିରଫ କରିଛି । ଏହି ଘଟଣା ହାୱଡାର ଉଦୟନାରାୟଣପୁର ଥାନା ଅର୍ନ୍ତର୍ଗତ ବିଳାସପୁର ଅଞ୍ଚଳର ବୋଲି ଜଣାପଡିଛି ।
ଗିରଫ ହୋଇଥିବା ଟିଏମସି ନେତା ହେଉଛନ୍ତି ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ । ସେ ସରକାରୀ ଆବାସ ଯୋଜନା ଦୁର୍ନୀତି କରିଥିବା ଅଭିଯୋଗ ରହିଥିଲେ । ଅଭିଯୋଗ ପରେ ପୋଲିସ ବ୍ରହ୍ମାନନ୍ଦଙ୍କ ତଲାସୀ କରୁଥିଲା । ଗିରଫଦାରୀରୁ ବଞ୍ଚିବା ପାଇଁ ବ୍ରହ୍ମାନନ୍ଦ ଏକ ଶାଢି ଦୋକାନର ସିଡିରେ ଥିବା ଶାଢି ଗଦା ଭିତରେ ଲୁଚି ରହିଥିଲେ । ପୋଲିସ ଏସବୁ ଶାଢି ବଣ୍ଡେଲ ହଟାଇ ତାଙ୍କୁ ଗିରଫ କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜନୈତିକ ହିଂସା ସହିତ ଜଡିତ ଥିବା ଅଭିଯୋଗ ହୋଇଥିଲା ।
ପୋଲିସ ଏହି ମାମଲାରେ ତାଙ୍କୁ ଖୋଜୁଥିଲା । ପୋଲିସ କହିବା ମୁତାବକ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗକୁ ନେଇ ଯାଞ୍ଚ ଜାରି ରହିଥିଲା । ୨୦୨୧ ବିଧାନସଭା ନିର୍ବାଚନ ପରେ ରାଜେନୖତିକ ହିଂସା ମାମଲାରେ ଏବେ ପୋଲିସ ପଚରାଉଚରା କରିବ ।

