ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ

Puri

ପୁରୀ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଦୁର୍ବୃତ୍ତ । ବିଚ୍ ବଜାରରେ ଦୁଇଜଣ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ବ୍ୟକ୍ତି ହେଉଛନ୍ତି ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି । ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଚାରିଜଣ ଦୁର୍ବୁତ୍ତ ହାତରେ ମାରଣାସ୍ତ୍ର ଧରି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଗିଲଟି କାଳୁ ଓରଫ ସୁବାସ ମହାନ୍ତି ନାଁରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଗିଲଟି କାଳୁକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ସ୍କୁଟି ପଡିଥିବା ଦେଖିବାକୁ ମିଳିଛି ।

Share