ସେମାନଙ୍କ ମୋବାଇଲ୍ ଫୋନ୍ରୁ ସନ୍ଦେହଜନକ ବାର୍ତ୍ତାଳାପ, ଭିଡିଓ ଓ ସମ୍ବେଦନଶୀଳ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ମିଳିଛି। ଏହି ତଥ୍ୟ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ବାଣ୍ଟିଥିବା ଅଭିଯୋଗ ହୋଇଛି। ଏଟିଏସ୍ର କହିବା ଅନୁଯାୟୀ, ଏହି ଯୋଜନା ସଫଳ ହେବା ପରେ ଅଭିଯୁକ୍ତମାନଙ୍କୁ ନେପାଳ ପଳାଇଯିବାକୁ କୁହାଯାଇଥିଲା। ମାମଲାରେ ଜଣେ ସ୍ଥାନୀୟ ସହଯୋଗୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ଅଭିଯୁକ୍ତଙ୍କୁ ସହାୟତା କରିଥିବା ବ୍ୟକ୍ତି, ଆର୍ଥିକ କାରବାର ଓ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ନେବାକୁ ଯୋଜନା କରିଛି।
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ପୁଲିସ କିମ୍ବା ସେନା ଅଧିକାରୀଙ୍କୁ ଟାର୍ଗେଟ୍ କିଲିଂ ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରାଜ୍ୟର ଆତଙ୍କବାଦ ନିରୋଧୀ ଟିମ୍ (ଏଟିଏସ୍)। ଏହି ଘଟଣାରେ ପଞ୍ଜାବର ତିନି ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ଅଟକ ରଖାଯାଇଛି। ସେମାନେ ପାକିସ୍ତାନରେ ଥିବା ଜଣେ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି। ନିଷିଦ୍ଧ ଶେହଜାଦ ଭଟ୍ଟି ନେଟ୍ୱର୍କ ସହ ଜଡ଼ିତ ଏହି ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଟାର୍ଗେଟ୍ କିଲିଂ କରିବାକୁ ସେମାନଙ୍କୁ ୩ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ମିଳିଥିଲା ବୋଲି ପୁଲିସ କହିଛି।
