ଫସଲ ଜଗିଥିବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ

2

ରେଢ଼ାଖୋଲ: ଫସଲ ଜଗିଥିବା ବେଳେ ଦଳିଦେଲା ହାତୀ । ରେଢ଼ାଖୋଲ ବନଖଣ୍ଡ ଖମଣମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ସେହି ଗାଁର ଟୁନା ସୁରିହୋ ମୁଣ୍ଡା । ଧାନ ଜଗିବା ପାଇଁ ଟୁନା ବିଲରେ ମଞ୍ଚା କରି ଜଗି ରହିଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ। ପରେ ମୃତଦେହକୁ ନାକଟିଦେଉଳ ଡାକ୍ତରଖାନାକୁ ପଠାଯାଇଥିଲା । ଆଜି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ହାତୀ ଚଳପ୍ରଚଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଅଧିକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ।

Share