Whatsapp image 2025 08 07 at 7.01.07 pm 1068x801

ରାଉରକେଲା : ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୋଲିସକୁ ସଫଳତା । ଏସଆଇ ଏସ.ପ୍ରଧାନ ପୋଲିସ ଟିମ୍ ସହ ପାଟ୍ରୋଲିଂ କରୁଥିବା ବେଳେ ଜବତ କରିଛି ଅସ୍ତ୍ରଶସ୍ତ୍ର ଗୁଳି । ବେଆଇନ ଅସ୍ତ୍ର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ଗୁଳି, ଅଗ୍ନି ବାହକ ଅସ୍ତ୍ର ଆଦି ଜବତ କରିଛି ପୋଲିସ । ୧୦ଟି ପିସ୍ତଲ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଏଥିରେ ସମ୍ପୃକ୍ତ ରାଜେଶ ସାହୁକୁ ପୋଲିସ ଗିରଫ କରିଛି । ରାଜେଶ ଘର ବିହାର ମୁଙ୍ଗେର ଜିଲ୍ଲାରେ । ସେ ପ୍ଲାଣ୍ଟ ସାଇଟ ଥାନା ରିମଝିମ୍ ବସ୍ତିରେ ରହୁଥିଲା । ଜବତ ପିସ୍ତଲ ୟୁଏସଏ ଓ ଚାଇନାରୁ ସପ୍ଲାଇ କରାଯାଏ ।

Share