ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଯାହା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ ପାଇଁ ଚ୍ୟାଲେଞ୍ଜ ହୋଇଛି ।
ଏନେଇ ତଦନ୍ତ କରୁଛି ଏଫବିଆଇ । ମୃତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁକ୍ଲିୟର ଏବଂ ଏରୋସ୍ପେଶ ସାଇଣ୍ଟିଷ୍ଟ । ଏମାନଙ୍କ ମୃତ୍ୟୁ ଆମେରିକା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା କୁହାଯାଉଛି । ବୈଜ୍ଞାନିକଙ୍କ ମୃତ୍ୟୁ ପଛର କିଛି ବଡଧରଣର କାରଣ ଥିବା ସନ୍ଦେହ କରାଯାଉଛି ।
ୟୁଏସ ହାଉସ କମିଟି ଚେୟାରମ୍ୟାନଙ୍କ ତଥ୍ୟ ଅନୁଯାୟୀ, ଏହି ମୃତ୍ୟ ପଛର କିଛି ଖଳ ପ୍ରକୃତିର ଦେଶର ହାତ ଥାଇପାରେ । ତିନି ମାସ ଧରି ନିଖୋଜ ପରେ ଗତ ମାର୍ଚ୍ଚରେ ନୋଭାର୍ଟିସ୍ ଫାର୍ମାସ୍ୟୁଟିକାଲ କମ୍ପାନୀର କାର୍ଯ୍ୟରତ ସାଇଣ୍ଟିଷ୍ଟ ଜାସନ ଥୋମାସଙ୍କ ମୃତଦେହ ମାସାଚ୍ୟୁଟେସ ହ୍ରଦ ନିକଟରୁ ଉଦ୍ଧାର ହୋଇଥିଲା । ଥୋମାସ କ୍ୟାନସର ଚିକିତ୍ସା କ୍ଷେତ୍ରରେ ରିସର୍ଚ୍ଚ କରୁଥିଲେ । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଥିଲା । ବିଭିନ୍ନ ସମୟରେ ଏଭଳି ୧୧ ଜଣ ବୈଜ୍ଞାନିକଙ୍କର ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହୋଇଛି । କିଏ ନାସା ତ ଆଉ କିଏ ଏମଆଇଟି, ଲସ୍ ଆଲାମସ ନ୍ୟାଶନାଲ ଲାବ୍ରୋଟୋରୀରେ କାମ କରୁଥିଲେ ।

