Deogarh 1

ଦେବଗଡ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର । ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ସ୍ଥିତ ୨୨୦/୩୩ କେଭି ଗ୍ରୀଡ ସବଷ୍ଟେସନରେ ଅଘଟଣ । ଗୁରୁତର ୨ କର୍ମଚାରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ସୂଚନା । ଉଭୟଙ୍କୁ ପ୍ରଥମେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କର୍ମଚାରୀ ୨ଜଣ ହେଲେ ବାସୁପାଲି ଗାଁର ଦିପକ ବେହେରା ଏବଂ ରଞ୍ଜ ଗାଁର ହିମାଦ୍ରୀ ପ୍ରଧାନ। ବିଦ୍ୟୁତ ମରାମତି କାମ ଚାଲିଥିବା ବେଳେ କୌଣସି ସତର୍କତା ଅବଳମ୍ବନ କରାଯାଇନଥିଲା। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ।

ଅସୁରକ୍ଷିତ ଭାବେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିପଦପୂର୍ଣ୍ଣ କାମ କରାଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଖବର ପାଇ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଡାକ୍ତରଖାନାରେ ପହଂଚି ସ୍ୱାସ୍ଥ୍ୟବସ୍ଥା ଦେଖିଥିଲେ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ପରିବାର ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବିଧାୟକ ଦାବି କରିଛନ୍ତି । ଓପିଟିଏସଲ ଏସଡିଓ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Share