Seismograph and earthquake
Seismograph with paper in action and earthquake - 3D Rendering

ଭବାନୀପାଟଣା:ଭୂକମ୍ପ ଝଟକାରେ ଥରିଲା କଳାହାଣ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୩ ମିନିଟ ସମୟରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଇଛି। ଜିଲା ମହକୁମା ସମେତ ଜୁନାଗଡ଼, ଧର୍ମଗଡ, କୋକସରା, ଜୟପାଟଣା , କଲମପୁର, ଉତ୍କେଲା ଆଦି ଅଞ୍ଚଳରେ ପ୍ରାୟ ୨୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ଘରର ବାସନ କୁସନ୍ ଶବ୍ଦ ହେବା ସହିତ, ଅନ୍ୟାନ୍ୟ ଆସବାବ ପତ୍ର ହଲିବା ସାଙ୍ଗକୁ କେତେକ ସ୍ଥାନରେ ଘର କାନ୍ଥ ହଲିବା କୁହାଯାଉଛି। ଭୂକମ୍ପର ତୀବ୍ରତା ଜଣାପଡିନାହିଁ।ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଇଛି।

Share