Death mmm

ଟାଙ୍ଗି : ନବବଧୂକୁ ହତ୍ୟା ଅଭିଯୋଗ । ବିବାହର ୨୫ଦିନ ନଯାଉ ଶାଶୂ ଘରେ ନବ ବଧୂର ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ତାରାପି ଗାଁରୁ ଆସିଛି ଅଭିଯୋଗ । ମୃତ ପୂର୍ଣ୍ଣିମା ତରାଇ ତାରାପି ଗାଁର ଗୁରୁଚରଣ ତାରାଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୂ ଘର ଲୋକ କହିଛନ୍ତି। ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଟାଙ୍ଗୀ ପୋଲିସ ସହ ଖୋର୍ଦ୍ଧାରୁ ଆସିଥିବା ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛି । ଅନ୍ୟ ପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ପୋଲିସ ସଠିକ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଝିଅର ପରିବାର ଓ ଗ୍ରାମବାସୀ ।

ସେହିପରି ଢେଙ୍କାନାଳ ଗଦିଆ ଥାନା ଆମ୍ବ ବାହାଳି ଗ୍ରାମରେ ପାରିବାରିକ କଳହ ଏବଂ ନିର୍ଯ୍ୟାତନା ଯୋଗୁ ବୋହୂର ସନ୍ଦେନ ଜନକ ମୃତ୍ୟୁ ହୋଇଛି । ଶଶୁର ଘର ଲୋକ ନିର୍ଯ୍ୟାତନା ଏବଂ ସ୍ୱାମୀ ମାଡ଼ ମାରିବାକୁ ସହି ନପାରି ଜୀବନ ହାରିଥିଲେ ମହିଳା ପୂଜାରାଣୀ ରାଉତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି ।

Share