Rkl

ରାଉରକେଲା : ରାଉରକେଲାରେ ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ୍ ଉପରେ ପୋଲିସର ଚଢ଼ାଉ  ।  ୮ ଅଭିଯୁକ୍ତ ଗିରଫ ସହ ଦୁଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି ।  ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ ଉପରେ ପୋଲିସର ବଡ଼ଧରଣର ଚଢ଼ାଉ ।  ପ୍ଲାଣ୍ଟ ସାଇଡ ଏରିଆରୁ ସମ୍ପୂର୍ଣ୍ଣ ରାଉରକେଲାକୁ ବ୍ରାଉନସୁଗର ସପ୍ଲାଇ ଲେଡି ଗ୍ୟାଙ୍ଗ କରୁଥିଲେ ।

ପୋଲିସ କବଳରୁ ବଞ୍ଚିବା ପାଇଁ ଲେଡି ଗ୍ୟାଙ୍ଗ କରୁଥିଲେ ଅପରେସନ। ପ୍ଲାଣ୍ଟ ସାଇଡ ଥାନା ମିନାପଡା ଅଞ୍ଚଳରେ ଚଢ଼ାଉ କରି ଏକ ସକ୍ରିୟ ଲେଡି ବ୍ରାଉନସୁଗର ପେଡଲର ନେଟୱର୍କକୁ ଧରାଶାୟୀ କରିଛି ରାଉରକେଲା ପୋଲିସ। ନିଶା ମୁକ୍ତ ଓଡ଼ିଶା’ ପାଇଁ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ପୋଲିସର ବଡ଼ ପଦକ୍ଷେପ। ଏହି ସ୍ପେଶାଲ ଅପରେସନ ବେଳେ ପୋଲିସ ହାତରେ ୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ। ୬ ଜଣ ମହିଳା ସହ ୨ ପୁରୁଷ ଗିରଫ ହୋଇଛନ୍ତି ।

ପୋଲିସ ଏହି ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୨୨୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଯାହାର ମୂଲ୍ୟ ଦୁଇ କୋଟି ଟଙ୍କାରୁ ଅଧିକ ହେବ । ଏହାସହ ନଗଦ ୨,୭୦,୨୪୦ ଟଙ୍କା ଏବଂ ୩ଟି ମୋବାଇଲ ଫୋନ ଜବତ କରିଛି। ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରହିଛି ।  ଏହି ବେଆଇନ ନିଶା କାରବାରର ମୁଖ୍ୟ ଚେର କେଉଁଠି ଏବଂ ଏହା ପଛରେ ଆଉ କେଉଁମାନଙ୍କର ହାତ ରହିଛି, ତାହା ଜାଣିବା ପାଇଁ ପୋଲିସ ଆଗକୁ ତଦନ୍ତ ଚଳାଇଛି।

Share