Car 6

ଘଟଗାଁ  : କାର ଦୁର୍ଘଟଣାରେ ଦୁଇ ମୃତ ।  କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଛକ ନିକଟରେ କାର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି ।  ମିଳିଥିବା ସୂଚନା ଅନୁଯାଇ  ଏକ କାରରେ ଡ୍ରାଇଭର ସମେତ ୪ ଜଣ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ରାସୋଳ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା ।  ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ  2 ଗୁରୁତର ଆହତ ହୋଇଥିଲେ ।  ଦୁଇ ଗୁରୁତରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି

Share