Lighning strikes

କାଲିମେଳା: ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ। ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି ମାଡକାମୀ ବାହାରକୁ ଯାଇଥିବା ବେଳେ ନିକଟସ୍ଥ ମହୁଲ ଗଛରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏପଟେ ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏମଭି- 79 ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଏଙ୍କିଙ୍କ ଦୁଇ ପୁଅ ଝିଅ ଥିବା ବେଳେ ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ଝଡ଼ବର୍ଷା ଜାରି ରହିଛି ।

ଅନ୍ୟପଟେ, କଣ୍ଟାମାଳରେ କାଳବୈଶାଖୀ ତାଣ୍ଡବ । ବର୍ଷା କୁଆପଥର ମାଡ଼ ସହ ପ୍ରବଳ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା । ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ପ୍ରବଳ ଝଡ଼ ତୋଫାନ ଯୋଗୁ ବିରାଟ ବିରାଟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଉପରେ ଗଛ ପଡ଼ିବାରୁ ରାସ୍ତା ଅବରୋଧ ମଧ୍ୟ ହୋଇଥିଲା । ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା କରିବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିଲା l ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ଅନ୍ଧାରରେ ଏବେ କଣ୍ଟାମାଳ l ଖଟଖଟିଆ ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ସୀତାରାମ ଖେତୀଙ୍କ ଘରର କାନ୍ଥ ପଡି ପାଞ୍ଚଟି ଛେଳିଙ୍କ ମୃତ୍ୟୁ ହୋଇଛି  l

Share