Screenshot 2026 05 30 145752

ଭୁବନେଶ୍ୱର:ଜମ୍ମୁ କାଶ୍ମୀରରୁ  ଦୁଇ ଗଞ୍ଜେଇ ବେପାରୀକୁ ଗିରଫ କରିଛି NCB( Narcotics Control Bureau) । ପରେ ଦୁଇ ବେପାରୀଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି NCB । ଗିରଫ ଗଞ୍ଜେଇ ବେପାରୀ ହେଲେ ବିକ୍ରମ ସିଂ ଓ ଧରମିନ୍ଦର ସିଂ । କନ୍ଧମାଳରୁ ଗଞ୍ଜେଇ ଆଣୁଥିଲେ,ଏହାକୁ ସେଓ ଗାଡ଼ିରେ ଲୁଚାଇ ନେଇ କାଶ୍ମୀର ଓ ପରେ ପାକିସ୍ତାନରେ ବିକୁଥିଲେ। ପାକିସ୍ତାନରେ ଭାରତୀୟ ଗଞ୍ଜେଇର ବେଶ୍ ଚାହିଦା ରହିଛି। ତେଣୁ ଓଡ଼ିଶାର ଗଞ୍ଜେଇକୁ ଦୀର୍ଘ ଦିନ ଧରି ଏଭଳି ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ।

ସୂଚନାଥାଉକି, କାଶ୍ମୀରରୁ ଟ୍ରକ୍ ଯୋଗେ ଫଳ ଆସୁଥିଲା ଓଡ଼ିଶା । ସେହି ଟ୍ରକ୍ ଫେରିବା ବେଳେ ଗଞ୍ଜେଇ ନେଇ କାଶ୍ମୀର ଫେରୁଥିଲା । ଏଭଳି ଚାଲିଥିଲା ଚୋରା ଗଞ୍ଜେଇ କାରବାର । ଶେଷରେ NCB ପଞ୍ଝାରେ ପଡ଼ିଲେ ଗଞ୍ଜେଇ ବେପାରୀ ।

ଗତ ଫେବୃଆରୀ ୧ ତାରିଖରେ ଏମାନଙ୍କ ଗାଡି ସମ୍ବଲପୁରରୁ ଜବତ ହୋଇଥିଲା। ଲିଙ୍କ୍ ରେ ଗଞ୍ଜେଇ ସପ୍ଲାଏ କରୁଥିବା ଆନ୍ତଃରାଜ୍ୟ ମାଫିଆଙ୍କୁ ଖୋଜୁଥିଲା NCB ଭୁବନେଶ୍ୱର ଜୋନାଲ ଟିମ୍ । ଗତକିଛି ଦିନ ତଳେ କଣ୍ଟାମାଳରେ ଅଭିନଵ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହୋଇଥିଲା । କୋଇଲା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ଟ୍ରକକୁ ଯାଞ୍ଚ ପରେ ଜବତ ହୋଇଥିଲା ଗଞ୍ଜେଇ । ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା ।

 

Share