Lighting injoued women

ଯାଜପୁର : ଦେଢ଼ କିମି ଷ୍ଟ୍ରେଚରରେ ବୁହାହେଲେ ବ୍ରଜଘାତରେ ଶିକାର ହୋଇଥିବା ମହିଳା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଜି ଅପରାହ୍ନରେ ବର୍ଷା ସହ ବିଜୁଳି ମାରିବାରୁ ଗାଁର ମମତା ସାମଲ ଆହତ ହେବା ସହ ଚେତାଶୁନ୍ୟ ହୋଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଯାଇଥିବା ବେଳେ ରାସ୍ତା ସମସ୍ୟା ଯୋଗୁ ଷ୍ଟ୍ରେଚରରେ ମହିଳାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବୁହାଯାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ତେବେ ମହିଳାଙ୍କୁ ଷ୍ଟ୍ରେଚର ବୁହାଯାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Share