Police 7

ଢେଙ୍କାନାଳ: ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ । ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ସୋମବାର ଦିନ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ ପିଡୀତା ଜଣକ । ସେଠାରେ ଜଣେ ଦୁବୃର୍ତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ମୁହଁକୁ ହାଣି ପକାଇଥିଲା । ଖବରପାଇ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କୁ ଏକ ଟ୍ରଲି ଯୋଗେ ନିକଟସ୍ଥ ମେଡିକାଲକୁ ନେଇଥିଲେ ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପରେ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିଡ଼ୀତାଙ୍କୁ ଟ୍ରଲିରେ ବୋହିବା ଘଟଣାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦିନ ହେବ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଜୀବନ ଓ ମରଣ ସାଙ୍ଗରେ ଲଢେଇ କରୁଛନ୍ତି ।

Share