କଟକ: ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି । ମାଳମାଳ ବଲ୍ଡିଂ, ପୁଳାପୁଳା ପ୍ଲଟ । ଜମିଦାର ଇଞ୍ଜିନିୟରଙ୍କର ରହିଛି ମୋଟ ୮୩ ଏକରର ୯୭ ପ୍ଲଟ । ୧୭ ଏକର ଜମିରେ ରହିଛି ୨ ଫାର୍ମହାଉସ, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ । ୫ କୋଠାଘର ଠାବ ହୋଇଥିବା ବେଳେ ସେଥିରେ ରହିଛି ୪ ବହୁତଳ ପ୍ରାସାଦ । ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ରେଡ୍ ବେଳେ ଠାବ ହୋଇଥିଲା ଅଚଳାଚଳ ସଂପତ୍ତି।
ସେହିପରି କୁସୁମଖୁଣ୍ଟିରେ ଦୁଇଟି ଦୁଇ ମହଲା କୋଠା ଏବଂ କୋକସରାରେ ଗୋଟିଏ ଦୁଇ ମହଲା କୋଠା ରହିଛି। କୋକସରାରେ ଯନ୍ତ୍ରୀଙ୍କର ରହିଛି ଗୋଟିଏ ମାର୍କେଟ କମ୍ପ୍ଲେକ୍ସ । କିଟପଦର ନିକଟରେ ବାବୁଙ୍କର ରହିଛି ଗୋଟିଏ ବଡ଼ ଫାର୍ମ ହାଉସ । ଯାହା ୯ ଏକର ଜାଗା ଉପରେ ତିଆରି ହୋଇଛି । ଭବାନୀପାଟଣା ଓ କୋକସରାରେ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କର ରହିଛି ୩୩ଟି ପ୍ଲଟ । ଏକକାଳୀନ ୬ଟି ସ୍ଥାନରେ ଗତକାଲି ଚାଲିଥିଲା ଚଢ଼ାଉ ।

