Dt

ଉଦଳା: ମେଡିକାଲରେ ଡାକ୍ତରଙ୍କ ଗୁଣ୍ଡାରାଜ୍ ।  ରୋଗୀଙ୍କ ସ୍ୱାମୀକୁ ମାରିଲେ ନିର୍ଘାତ ମାଡ଼ ।  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଉମାକାନ୍ତ ବାସ୍କେଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । କପ୍ତିପଦା ଥାନା ଝିଲିରୀବଣି ଗାଁର ସୋନାଲି ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ ।  ଏହାପରେ ଶାଶୁ ଅମ୍ବିକା ବେହେରା ବୋହୁର ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ଡାକ୍ତର ଉମାକାନ୍ତ ବାସ୍କେଙ୍କ ପାଖକୁ ଯାଇଥିଲେ ।

କିନ୍ତୁ ଡାକ୍ତର ବିରକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ରୋଗୀଙ୍କ ସ୍ୱାମୀ ଭିଡିଓ କରିବା ପାଇଁ ମୋବାଇଲ ବାହାର କରିବା ବେଳେ ଡାକ୍ତର ତାଙ୍କ ମୋବାଇଲ ଛଡେଇ ନେବା ସହ ତାଙ୍କୁ ମାଡ଼ ମାରିଥିଲେ ।  ଯେଉଁଥିରେ ଦିବ୍ୟରଞ୍ଜନ ଆହତ ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ମେଡିକାଲରେ ପହଁଚିଛନ୍ତି ପୋଲିସ । ଗୁଣ୍ଡାଗିରି ଘଟଣାକୁ ମିଛ ବୋଲି କହିଛନ୍ତି ଡାକ୍ତର ।

Share