Badrinath

ଉତ୍ତରାଖଣ୍ଡ : ଅଳ୍ପକେ ବର୍ତ୍ତିଲେ ବଦ୍ରିନାଥ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁ । ବଦ୍ରିନାଥ ଦର୍ଶନ କରି ଫେରୁଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ହେଲିକପ୍ଟର ନିୟନ୍ତ୍ରଣ ହରାଇବା ବେଳେ ପାଇଲଟ ଏହାକୁ ଜରୁରୀ ଅବତରଣ କରିଛନ୍ତି । ଫଳରେ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ବଦ୍ରିନାଥରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ହେଲିକପ୍ଟର ଟିହରୀରେ ସୁରକଣ୍ଡା ମନ୍ଦିର ନିକଟରେ ଜରୁରୀ ଅବତରଣ କରିଛି । ଘାଟିରେ ପବନର ଅତ୍ୟଧିକ ଚାପ ଯୋଗୁଁ ପାଇଲଟ ଜରୁରୀ ଅବତରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେଠାରେ ମଧ୍ୟ ହେଲିକପ୍ଟର ଜରୁରୀ ଅବତରଣ କରିବା ସହଜ ନଥିଲା । କିନ୍ତୁ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚିଯାଇଛି ।

ମହିଳା ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ କୌଣସି ଜନହାନୀ ହୋଇନାହିଁ । ହେଲିକପ୍ଟରରେ ୬ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହେଲିକପ୍ଟରଟି ବଦ୍ରିନାଥ ଧାମରୁ ଡେରାଡୁନ ଆଡକୁ ଯାଉଥିଲା । ଆଉ ଉଡ଼ାଣ ସମୟରେ ଏଭଳି ଅଘଟଣ ଘଟିଥିଲା ।

ଉତ୍ତରାଖଣ୍ଡରେ ୨୩ ଏପ୍ରିଲରୁ ବଦ୍ରିନାଥ ଧାମ କପାଟ ଖୋଲିଛି । ଏଠାକୁ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଲିବାକୁ ଆସୁଛନ୍ତି ।

Share