ନୂଆଦିଲ୍ଲୀ : ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆଙ୍କ ବୟାନକୁ ବିରୋଧ କରି ଆରମ୍ଭ ହୋଇଥିବା କକ୍ରୋଚ୍ ଜନତା ପାର୍ଟିର ଏକ୍ସ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଗତ କିଛିଦିନ ହେଲାଣି ଇଣ୍ଟରନେଟରେ ଏହି ପାର୍ଟି ବେଶ୍ ଚର୍ଚ୍ଚା ଥିଲା । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଲୋର୍ସ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ଫାଉଣ୍ଡର ଅଭିଜିତ ଦୀପକେ କହିଛନ୍ତି, ପ୍ରଥମ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ଆକାଉଣ୍ଟ ହ୍ୟାକ୍ ହେଲାନି ବୋଲି ଏହାକୁ ବନ୍ଦ କରିଦିଆଯାଇଛି । ଏକ୍ସରେ ଏହି ପାର୍ଟିର ୧.୬ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି । ଇନଷ୍ଟାରେ ଏହାର ଫଲୋୟର୍ସ ସଂଖ୍ୟା ୧୩ ମିଲିଅନରୁ ଅଧିକ ରହିଛି । ଏହାକୁ ଓପନ କରିବା ପରେ ଲିଗାଲ ଡିମାଣ୍ଡ ଯୋଗୁଁ ଆକାଉଣ୍ଟ ଉଇଥହେଲ୍ଡ ବୋଲି ଲେଖାଯାଉଛି ।
କକ୍ରୋଚ୍ ଜନତା ପାର୍ଟି କୌଣସି ପଲିଟିକାଲ ପାର୍ଟି ନୁହେଁ । ଏହାକୁ ଅଭିଜିତ ଦୀପକେ ଏହାକୁ ତିଆରି କରିଛନ୍ତି । କକ୍ରୋଚ୍ ପାର୍ଟିର ୱେବସାଇଟ୍ AI ଜରିଆରେ କରାଯାଇଛି । ଏହି ପେଜରେ Gen Z ଭାଷାର ବ୍ୟବହାର କରୁଛି । କଠିନ ଭାଷା ବଦଳରେ ସିମ୍ପଲ୍ ମିମ୍ସ, ସର୍କାଷ୍ଟିକ୍ ଭିଡିଓ ଏବଂ ରିଲେଟେବଲ୍ ରିଲ୍ସ ପକାଇଥାଏ । ବେରୋଜଗାରୀ ସିଷ୍ଟମ ବିରୋଧରେ କ୍ରୋଧ ଏବଂ ହତାଶା ଲୋକମାନଙ୍କୁ ମଜାକିଆ ଢଙ୍ଗରେ ଦେଖାଯାଇଛି ।

