ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା । ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରମୁଖ ଯୋଜନାର ସଫଳତା, ହିତାଧିକାରୀଙ୍କ ସଂଖ୍ୟା ଏବଂ ସହାୟତା ରାଶି ବଣ୍ଟନର ସ୍ୱଚ୍ଛତା ଉପରେ ଆଲୋଚନା ।
ଚାଷୀମାନଙ୍କୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ ଏବଂ ମଣ୍ଡି ପରିଚାଳନାରେ ହୋଇଥିବା ସଂସ୍କାରର ତଥ୍ୟ ଆଦାନ ପ୍ରଦାନ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ସମସ୍ତ ବର୍ଗର ଲୋକଙ୍କ ପାଖରେ ମାଗଣା ଚିକିତ୍ସା ସୁବିଧା ପହଞ୍ଚାଇବା ଦିଗରେ ହୋଇଥିବା ପ୍ରଗତି । ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାକୁ ଆସିଥିବା ନୂତନ ପୁଞ୍ଜିନିବେଶ ପ୍ରସ୍ତାବ, ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ନିଯୁକ୍ତି ସୁଯୋଗର ଆକଳନ । ଏବଂ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ବିଶେଷ କରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତି।
ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି ଏବଂ ବିଭିନ୍ନ ବିଭାଗ ଦ୍ୱାରା ସେଗୁଡ଼ିକର ତ୍ୱରିତ ସମାଧାନର ସଫଳତା ହାର । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ଜାତୀୟ ଶିକ୍ଷା ନୀତି ର ରୂପାୟନ ସମ୍ପର୍କିତ ଆଲୋଚନା । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ବିକାଶ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ଉପରେ ଆଲୋଚନା ହୋଇଛି । ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମଗ୍ରିକ ‘ସଫଳତା ପୁସ୍ତିକା’ ପ୍ରସ୍ତୁତ କରିବା ଏବଂ ଯାହାକୁ ଆଗାମୀ ଦିନରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ବୈଠକର ମୂଳ ଉଦ୍ଦେଶ୍ୟ । ସମସ୍ତ ବିଭାଗର ସଚିବମାନଙ୍କୁ ସେମାନଙ୍କ ବିଭାଗର ସଫଳତାର ସଠିକ ତଥ୍ୟ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

