ଭୁବନେଶ୍ବର: ଆସିଲା ବଡ଼ ଖବର । ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ । ତିନି ଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ । ହତ୍ୟା କରି ଦୟା ନଦୀରେ ଫିଙ୍ଗିଥିଲେ ଶରୀରର ଅଂଶ । ସୁଧ କାରବାରକୁ ନେଇ ଅପହରଣ କରି ହତ୍ୟାକାଣ୍ଡର ଘଟଣାର ଆସିଛି ରାୟ । ୨ ନଭେମ୍ବର ୨୦୧୪ ମସିହା କୃତିବାସ ରାୟ ଓରଫ ସୋନୁ ହତ୍ୟା ଘଟଣାର ଅଭିଯୁକ୍ତ ମାନଙ୍କୁ ଆଜୀବନ କାରଦଣ୍ଡ । ସାଗର ପୃଷ୍ଟି ,ସଞ୍ଜୟ ଖୁଣ୍ଟିଆ ,ଭରତ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ୩୪ଦସ୍ତାଵିଜ,୨୮ସାକ୍ଷୀ ,୪ଟି ମ୍ୟାଟେରିଆଲ ଅବଜେକ୍ଟିଭ ଆଧାରରେ ଦଣ୍ଡିତ କରିଛନ୍ତି କୋର୍ଟ । ୧୨ବର୍ଷ ପରେ ଆସିଛି ଜଘନ୍ୟ ହତ୍ୟାକାଣ୍ଡ ର ରାୟ । ପ୍ରଥମେ ଘରୁ ଡାକି ନେଇ ପରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଶରୀରର ଅଂଶ କୁ ବିଭିନ୍ନ ସ୍ଥାନରେ ଫୋପାଡ଼ି ପ୍ରମାଣ ନଷ୍ଟ କରିଥିଲେ ।

