Temperature 2

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ । ୪୬ ଡିଗ୍ରୀ ଟିପିଲା ତାପମାତ୍ରା । ଆଜି ଗୋଟିଏ ନୁହେଁ, ଦୁଇ ଦୁଇଟି ପାରଦ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି । ଆଜି ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।  ସମ୍ବଲପୁର ଓ ଝାରସୁଗୁଡ଼ା ତଳକୁ ତତଲା ସହର ଟିଟିଲାଗଡ଼ ଓ ଅନୁଗୁଳରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ନୟାଗଡ଼, ବୌଦ୍ଧ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ଛୁଇଁଛି ପାରଦ ।

ତେବେ ଉପକୂଳର କିଛି ଜିଲ୍ଲାରେ ୪୦ ତଳେ ରହିଛି ତାପମାତ୍ରା । ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ୨୪ ତାରିଖ ଯାଏଁ ଜଳିବ ଓଡ଼ିଶା । ୨୪ ପର୍ଯ୍ୟନ୍ତ ବିଭିନ୍ନ ସହର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଉପକୂଳ ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିବ । ଗରମ ଓ ଗୁଳୁଗୁଳି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଦୁଇଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Share