ପୁରୀ: ପୁରୀରେ ଦେଖାଦେଇଛି ଆଶ୍ଚର୍ଯ୍ୟଜନକ ଘଟଣା । ଦିନ ଦ୍ବିପହରେ ପୁରୀରେ ଆତଙ୍କ । ସାମାନ୍ୟ ବଚସାରୁ ୩ଜଣଙ୍କୁ ହୋଇଛି ଛୁରାମାଡ଼ । ପୁରୀ ବଳିଆପଣ୍ଡା ପ୍ରାଚୀ ଛକ ନିକଟରେ ହୋଇଛି ଆକ୍ରମଣ । ଛୁରୀମାଡ଼ର ଶିକାର ହୋଇଛନ୍ତି ବଳିଆପଣ୍ଡା ଅଞ୍ଚଳର ରମେଶ ପ୍ରଧାନ, ଗୁଡ଼ୁ ପ୍ରଧାନ, ନୀତୀଶ ବେହେରା । ରମେଶ ଗୁରୁତର ହୋଇଥିବା ବେଳେ ଗୁଡ଼ୁ ଓ ନୀତୀଶ ସାମାନ୍ୟ ଆହତ ହୋଇଛନ୍ତି । ଅପରାହ୍ନ ୪ଟା ବେଳେ ଲାଇଟ ହାଉସ ନିକଟରେ ଅଟୋ ଚାଳକଙ୍କ ମଧ୍ୟରେ ଭଡ଼ାକୁ ନେଇ କଥା କଟାକାଟି ହୋଇଥିଲା ।
ପରେ ଏହା ଝଗଡ଼ାର ରୂପ ନେବା ପରେ ଛୁରାମାଡ଼ ହୋଇଥିଲା । ଛୁରୀମାରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ବାଲିଆପଣ୍ଡା ଥାନା ପୁଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରିଛନ୍ତି । ଏଥିରେ ସଂପୃକ୍ତ ଦୁଇଜଣ ଅଟୋ ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦୁଇଟି ବାଇକ ଜବତ କରିଛି ପୋଲିସ ।

